Odisha Public Khabar
Odisha Public Khabar
rayagada

ରାୟଗଡ଼ାରେ ସଟର ତାଡ଼ି ଔଷଧ ଦୋକାନରୁ ଚୋରି: ୫୦ ହଜାର ଟଙ୍କା ସହ ମୋବାଇଲ ନେଇଗଲେ ଦୁର୍ବୃତ୍ତ

O-Khabar Admin
rayagada
Share:
ରାୟଗଡ଼ାରେ ସଟର ତାଡ଼ି ଔଷଧ ଦୋକାନରୁ ଚୋରି: ୫୦ ହଜାର ଟଙ୍କା ସହ ମୋବାଇଲ ନେଇଗଲେ ଦୁର୍ବୃତ୍ତ

ରାୟଗଡ଼ା ସହରର ମେନ୍ ରୋଡ଼ରେ ଥିବା ଏକ ଔଷଧ ଦୋକାନରୁ ବିଳମ୍ବିତ ରାତିରେ ସଟର ତାଡ଼ି ବ୍ୟାପକ ଚୋରି ହୋଇଛି। 'ମା' ରାଜଲକ୍ଷ୍ମୀ ଔଷଧ ଦୋକାନ'ରୁ ନଗଦ ୫୦ ହଜାର ଟଙ୍କା ସହ ଗୋଟିଏ ମୋବାଇଲ୍ ଫୋନ୍ ଚୋରି ହୋଇଥିବା ଦୋକାନ ମାଲିକ ଦାଶରଥୀ ସାହୁ ସୂଚନା ଦେଇଛନ୍ତି।

ରାୟଗଡ଼ା,୧/୮(ଓ-ଖବର)- ରାୟଗଡ଼ା ସହରର ମେନ୍ ରୋଡ଼ରେ ଥିବା ଏକ ଔଷଧ ଦୋକାନରୁ ବିଳମ୍ବିତ ରାତିରେ ସଟର ତାଡ଼ି ବ୍ୟାପକ ଚୋରି ହୋଇଛି। ଗ୍ରାହକଙ୍କ ଆବଶ୍ୟକତା ପୂରଣ କରୁଥିବା 'ମା' ରାଜଲକ୍ଷ୍ମୀ ଔଷଧ ଦୋକାନ'ରୁ ନଗଦ ୫୦ ହଜାର ଟଙ୍କା ସହ ଗୋଟିଏ ମୋବାଇଲ୍ ଫୋନ୍ ଚୋରି ହୋଇଥିବା ଦୋକାନ ମାଲିକ ଦାଶରଥୀ ସାହୁ ସୂଚନା ଦେଇଛନ୍ତି। ଗତ ୪ ବର୍ଷ ହେବ ଏହି ଦୋକାନଟି ଚାଲୁଥିବା ବେଳେ ଏପରି ଘଟଣା ପ୍ରଥମ ଥର ପାଇଁ ଘଟିଛି। ଏ ନେଇ ଦୋକାନ ମାଲିକ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?

Share:
ମୁଖ ପୃଷ୍ଠାକୁ ଫେରନ୍ତୁ