୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଆରଆଇ, ମାଡ଼ି ବସିଲା ଭିଜିଲାନ୍ସ

ଜମି ଜମା ମ୍ୟୁଟେସନ୍ ଓ ସଂଶୋଧିତ ଆର.ଓ.ଆର୍ (ଜମି ପଟ୍ଟା) ସୁପାରିଶ ପାଇଁ ୩୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କଟକ ଜିଲ୍ଲା ନିଆଳି ତହସିଲ ଅନ୍ତର୍ଗତ ମାଧବ ସର୍କଲର ରାଜସ୍ୱ ନିରୀକ୍ଷକ (ଆର୍.ଆଇ) କିଶୋର କୁମାର ସ୍ୱାଇଁ । ତାଙ୍କ ସହ ତାଙ୍କର ସହଯୋଗୀ (ବେସରକାରୀ ବ୍ୟକ୍ତି) ସୁକାନ୍ତ ପ୍ରଧାନ ମଧ୍ୟ ଗିରଫ ହୋଇଛନ୍ତି ।
କଟକ,୩୧/୭ (ଓ-ଖବର)-ଜମି ଜମା ମ୍ୟୁଟେସନ୍ ଓ ସଂଶୋଧିତ ଆର.ଓ.ଆର୍ (ଜମି ପଟ୍ଟା) ସୁପାରିଶ ପାଇଁ ୩୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କଟକ ଜିଲ୍ଲା ନିଆଳି ତହସିଲ ଅନ୍ତର୍ଗତ ମାଧବ ସର୍କଲର ରାଜସ୍ୱ ନିରୀକ୍ଷକ (ଆର୍.ଆଇ) କିଶୋର କୁମାର ସ୍ୱାଇଁ । ତାଙ୍କ ସହ ତାଙ୍କର ସହଯୋଗୀ (ବେସରକାରୀ ବ୍ୟକ୍ତି) ସୁକାନ୍ତ ପ୍ରଧାନ ମଧ୍ୟ ଗିରଫ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଜଣେ ଆବେଦନକାରୀ ଜମିର ସଂଶୋଧିତ ପଟ୍ଟା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିୟମାନୁସାରେ ଅନଲାଇନ୍ ଆବେଦନ କରିଥିଲେ । କିନ୍ତୁ ଆର.ଆଇ ସ୍ରୀ ସ୍ୱାଇଁ ଅକାରଣରେ ଅନୁକୂଳ ରିପୋର୍ଟ ନଦେଇ ବିଳମ୍ବ କରିଚାଲିଥିଲେ । କାମ କରାଇଦେବା ବାବଦକୁ ସେ ୩୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ । ଅଭିଯୋଗକାରୀ ନିଜର ଅସମର୍ଥତା ପ୍ରକାଶ କରିଥିଲେ ବି ଆର.ଆଇ ସ୍ୱାଇଁ ଟଙ୍କା ନଦେଲେ କାମ ହେବନାହିଁ ବୋଲି ଜିଦ୍ ଧରିଥିଲେ ।
ସୁଫଳ ନପାଇ ନିରାଶ ହୋଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଏହାପରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଏକ ସ୍ୱତନ୍ତ୍ର ଫାନ୍ଦ ବିଛାଯାଇଥିଲା । ଆଜି (୩୧.୦୭.୨୦୨୬) ଆର.ଆଇ ଅଫିସରେ ଅଭିଯୋଗକାରୀଙ୍କଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ୍ ଉଭୟ କିଶୋର କୁମାର ସ୍ୱାଇଁ ଓ ସୁକାନ୍ତ ପ୍ରଧାନଙ୍କୁ ରଙ୍ଗେହାତ କାବୁ କରିଥିଲା । ସେମାନଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି ।
ଟ୍ରାପ୍ ପରେ ଆର.ଆଇ ସ୍ୱାଇଁଙ୍କ ଅସାଧୁ ଉପାୟରେ ସମ୍ପତ୍ତି ଠୁଳ (DA Angle) ଯାଞ୍ଚ ପାଇଁ ତାଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ କେସ୍ ନଂ ୨୮/୨୦୨୬ (U/s-7 PC Amendment Act, 2018) ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି ।
ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?
