Odisha Public Khabar
Odisha Public Khabar
ରାଜ୍ୟ

ମନଓ୍ବର ଅଲ୍ଲୀଙ୍କ ସପ୍ତମ ଦିନର ଅନଶନକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମର୍ଥନ: ବିଧାନସଭାରେ ଉଠିବ ୬ ଦଫା ଦାବି

O-Khabar Admin
Odisha
Share:
ମନଓ୍ବର ଅଲ୍ଲୀଙ୍କ ସପ୍ତମ ଦିନର ଅନଶନକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମର୍ଥନ: ବିଧାନସଭାରେ ଉଠିବ ୬ ଦଫା ଦାବି

ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ଅନ୍ୟ ୬ ଦଫା ଦାବି ନେଇ ନବନିର୍ମାଣ ଯୁବଛାତ୍ର ସଂଗଠନର ସଂଯୋଜକ ମନଓ୍ବର ଅଲ୍ଲୀ କରୁଥିବା ଆମରଣ ଅନଶନ ଆଜି ସପ୍ତମ ଦିନରେ ପହଞ୍ଚିଛି। ଏହି ଆନ୍ଦୋଳନକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମର୍ଥନ ଜଣାଇବା ସହ ଆଗାମୀ ବିଧାନସଭା ଅଧିବେଶନରେ ଏହି ପ୍ରସଙ୍ଗ ଉଠାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଭୁବନେଶ୍ବର,୨୬/୮(ପିଏନଏସ)- ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ସମେତ ୬ ଦଫା ଦାବି ନେଇ ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମ.ଡ଼ି ମନଓ୍ବର ଅଲ୍ଲୀଙ୍କ ଅନଶନ ଆଜି ସପ୍ତମ ଦିବସରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ସଂଗଠନର ଏକ ପ୍ରତିନିଧି ଦଳ ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସମର୍ଥନ ଲୋଡ଼ିଛନ୍ତି।

ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ଉପଦେଷ୍ଟା ମଧୁମିତା ସାମଲଙ୍କ ନେତୃତ୍ବରେ ଅମିତ ଜେନା, ସ୍ମୃତି ରଂଜନ ସାମଲ ଏବଂ ଏସ.କେ ହେଦାଇ ପ୍ରମୁଖ ଶ୍ରୀ ପଟ୍ଟନାୟକଙ୍କୁ ସାକ୍ଷାତ କରି ୬ ଦଫା ଦାବି ପତ୍ର ପ୍ରଦାନ କରିଥିଲେ। ଶ୍ରୀ ପଟ୍ଟନାୟକ ମନଓ୍ବର ଅଲ୍ଲୀଙ୍କ ଏହି ଅନଶନକୁ ସମର୍ଥନ ଜଣାଇବା ସହ ଏକ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ଆଗାମୀ ବିଧାନସଭା ଅଧିବେଶନରେ ସଂଗଠନର ଏହି ୬ ଦଫା ଦାବି ଉପସ୍ଥାପନ କରିବେ ବୋଲି ସେ କହିଛନ୍ତି। ଏହା ସହିତ ବିଜୁ ଜନତା ଦଳର ଏକ ସ୍ୱତନ୍ତ୍ର ଟିମ୍ ମନଓ୍ବର ଅଲ୍ଲୀଙ୍କ ଅନଶନ ସ୍ଥଳକୁ ଯାଇ ଆଲୋଚନା କରିବେ ବୋଲି ଶ୍ରୀ ପଟ୍ଟନାୟକ ଆଶ୍ୱାସନା ଦେଇଛନ୍ତି।

ଅନ୍ୟପକ୍ଷରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବା ପାଇଁ ସଂଗଠନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି (୨୭ ତାରିଖ) ଅପରାହ୍ନ ୪ଟା ସମୟରେ ଲୋୟର ପିଏମଜିରେ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା 'ଭୁଲ୍ ପାଠ୍ୟ ପୁସ୍ତକ' ସରକାରଙ୍କୁ ଫେରସ୍ତ କରିବା କାର୍ଯ୍ୟକ୍ରମ ଜାରି ରହିବ।

ଆଜି ଅନଶନର ସପ୍ତମ ଦିବସରେ ଏସ୍. କେ. ହେଦାଇଙ୍କ ନେତୃତ୍ବରେ ଶତାଧିକ ଯୁବକ ଅନଶନ ସ୍ଥଳୀରେ ପହଞ୍ଚି ମନଓ୍ବର ଅଲ୍ଲୀଙ୍କୁ ସମର୍ଥନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ରେଭେନ୍ସା ବିଶ୍ବବିଦ୍ୟାଳୟର ପୂର୍ବତନ ସଭାପତି ତପନ ମିଶ୍ର, ଢେଙ୍କାନାଳ ସଭାପତି ଅଶ୍ବନୀ ଜେନା, ପ୍ରଫୁଲ୍ଲ ପରିଡ଼ା, ଗଞ୍ଜାମ ଯୁବ ନେତା କୃଷ୍ଣ ନାହାକ, ଏବଂ ଗଣେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?

Share:
ମୁଖ ପୃଷ୍ଠାକୁ ଫେରନ୍ତୁ