Odisha Public Khabar
Odisha Public Khabar
ରାଜ୍ୟ

ମାନବିକତାର ନିଦର୍ଶନ: ଗରିବ ମେଧାବୀ ଛାତ୍ରୀଙ୍କ ଡାକ୍ତରୀ ପଢ଼ା ଦାୟିତ୍ୱ ନେଲେ ବିଜେଡି ନେତା ସୁଧୀର ଦାଶ

O-Khabar Admin
Odisha
Share:
ମାନବିକତାର ନିଦର୍ଶନ: ଗରିବ ମେଧାବୀ ଛାତ୍ରୀଙ୍କ ଡାକ୍ତରୀ ପଢ଼ା ଦାୟିତ୍ୱ ନେଲେ ବିଜେଡି ନେତା ସୁଧୀର ଦାଶ

ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ସୁଧୀର କୁମାର ଦାଶ ଏକ ଗରିବ ମେଧାବୀ ଛାତ୍ରୀଙ୍କ ଡାକ୍ତରୀ ପଢ଼ିବା ସ୍ୱପ୍ନକୁ ସାକାର କରିବା ପାଇଁ ସହାୟତାର ହାତ ବଢ଼ାଇଛନ୍ତି। ଅର୍ଥ ଅଭାବରୁ ଯେପରି ଛାତ୍ରୀଙ୍କ ପାଠପଢ଼ା ବନ୍ଦ ନହୁଏ, ସେଥିପାଇଁ ସେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ପ୍ରତିବର୍ଷ ଆଡମିସନ୍ ଫି ବାବଦକୁ ୫୦,୦୦୦ ଟଙ୍କା ନିଜସ୍ୱ ପାଣ୍ଠିରୁ ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଖୁସିର ମାହୋଲ ଖେଳିଯାଇଛି।

ରାୟଗଡ଼ା,୨୬/୮(ପିଏନଏସ)- ସମାଜରେ ଅନେକ ମେଧାବୀ ଛାତ୍ରଛାତ୍ରୀ ଅର୍ଥ ଅଭାବରୁ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବାରୁ ବଞ୍ଚିତ ହେଉଥିବା ବେଳେ, ଜଣେ ଗରିବ ମେଧାବୀ ଝିଅର ଡାକ୍ତରୀ ପଢ଼ିବା ସ୍ୱପ୍ନକୁ ସାକାର କରିବା ପାଇଁ ଆଗେଇ ଆସିଛନ୍ତି ରାଜ୍ୟ ବିଜୁ ଜନତା ଦଳ (ବିଜେଡି) ର ସାଧାରଣ ସମ୍ପାଦକ ତଥା ଲୋକପ୍ରିୟ ନେତା ଶ୍ରୀ ସୁଧୀର କୁମାର ଦାଶ। ତାଙ୍କର ଏହି ବଦାନ୍ୟତା ଏବଂ ସହାୟତା ମାନବିକତାର ଏକ ନିଆରା ପରିଚୟ ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ମେଧାବୀ ଛାତ୍ରୀ ଜଣକ ନିଜ କଠିନ ପରିଶ୍ରମ ବଳରେ ଡାକ୍ତରୀ ପଢ଼ିବା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ମାତ୍ର ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ତାଙ୍କ ପାଠପଢ଼ା ଓ ନାମଲେଖା ପ୍ରକ୍ରିୟା ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେଇଥିଲା। ଏହି ଖବର ପାଇବା ପରେ ଶ୍ରୀ ସୁଧୀର ଦାଶ ସ୍ୱତଃପ୍ରବୃତ୍ତ ଭାବେ ସହାୟତାର ହାତ ବଢ଼ାଇଛନ୍ତି।

ଛାତ୍ରୀଙ୍କର ଆଗାମୀ ୫ ବର୍ଷର ଡାକ୍ତରୀ ପାଠପଢ଼ା ନିମନ୍ତେ ପ୍ରତିବର୍ଷ ଆଡମିସନ୍ ବା ଜଏନିଂ ଫି ବାବଦକୁ ୫୦,୦୦୦ (ପଚାଶ ହଜାର) ଟଙ୍କା ଲେଖାଏଁ ଆର୍ଥିକ ସହାୟତା ନିଜସ୍ୱ ପାଣ୍ଠିରୁ ଯୋଗାଇ ଦେବେ ବୋଲି ସେ ଘୋଷଣା କରିଛନ୍ତି। ଅର୍ଥ ଅଭାବରୁ ଯେପରି ଗୋଟିଏ ପ୍ରତିଭା ନଷ୍ଟ ନ ହୁଏ, ସେଥିପାଇଁ ଶ୍ରୀ ଦାଶ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ଶ୍ରୀ ଦାଶଙ୍କର ଏହି ମହତ କାର୍ଯ୍ୟ ଏବଂ ସମାଜସେବା ମନୋଭାବ ଯୋଗୁଁ ଉକ୍ତ ଛାତ୍ରୀ ଓ ତାଙ୍କ ପରିବାରବର୍ଗ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି। କେବଳ ରାଜନୀତି ନୁହେଁ, ବରଂ ସମାଜ ପ୍ରତି ନିଜର ଦାୟିତ୍ୱବୋଧକୁ ସେ ଯେଭଳି ଭାବେ ନିର୍ବାହ କରିଛନ୍ତି, ତାହାକୁ ନେଇ ସମଗ୍ର ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯିବା ସହ ବୁଦ୍ଧିଜୀବୀ ମହଲରେ ତାଙ୍କୁ ଭୂୟସୀ ପ୍ରଶଂସା କରାଯାଇଛି।

ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?

Share:
ମୁଖ ପୃଷ୍ଠାକୁ ଫେରନ୍ତୁ