Odisha Public Khabar
Odisha Public Khabar
ରାଜ୍ୟ

ନିଖୋଜ ଅବସରପ୍ରାପ୍ତ ଶିକ୍ଷକ ରବିନ୍ଦ୍ରନାଥ ପାଣିଗ୍ରାହୀ ଭୁବନେଶ୍ୱର ବରମୁଣ୍ଡାରୁ ସୁରକ୍ଷିତ ଉଦ୍ଧାର

O-Khabar Admin
Odisha
Share:
ନିଖୋଜ ଅବସରପ୍ରାପ୍ତ ଶିକ୍ଷକ ରବିନ୍ଦ୍ରନାଥ ପାଣିଗ୍ରାହୀ ଭୁବନେଶ୍ୱର ବରମୁଣ୍ଡାରୁ ସୁରକ୍ଷିତ ଉଦ୍ଧାର

ଗତ ୧୪ ତାରିଖରୁ ଭୁବନେଶ୍ୱର ପଟିଆ ଅଞ୍ଚଳରୁ ନିଖୋଜ ଥିବା ଗୁଣପୁରର ୭୮ ବର୍ଷୀୟ ଅବସରପ୍ରାପ୍ତ ଶିକ୍ଷକ ରବିନ୍ଦ୍ରନାଥ ପାଣିଗ୍ରାହୀ ବରମୁଣ୍ଡା ସ୍ଥିତ ‘ହ୍ୟାପି ହୋମ୍‌’ରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ଭୁବନେଶ୍ୱର,୧୯/୮(ଓ-ଖବର)- ରାଜଧାନୀ ଭୁବନେଶ୍ୱରରୁ ନିଖୋଜ ଥିବା ବୃଦ୍ଧ ଶିକ୍ଷକଙ୍କ ମିଳିଲା ସନ୍ଧାନ। ଗତ ୧୪ ତାରିଖରୁ ପଟିଆ ଅଞ୍ଚଳରୁ ନିଖୋଜ ଥିବା ଗୁଣପୁର ସହରର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ରବିନ୍ଦ୍ରନାଥ ପାଣିଗ୍ରାହୀ (୭୮) ଆଜି ରାତିରେ ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ‘ହ୍ୟାପି ହୋମ୍’ରୁ ଉଦ୍ଧାର ହୋଇଛନ୍ତି।

ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ପରିବାର ଲୋକେ ତାଙ୍କର କୌଣସି ପତ୍ତା ନପାଇ ଚିନ୍ତାରେ ଥିଲେ। ଆଜି ରାତିରେ ସେ ବରମୁଣ୍ଡାସ୍ଥିତ ହ୍ୟାପି ହୋମ୍‌ରେ ଥିବା ଖବର ମିଳିବା ପରେ ତାଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଭଲ ଥିବା ଜଣାପଡିଛି। ତାଙ୍କୁ ସୁରକ୍ଷିତ ଭାବେ ପାଇ ପରିବାର ଲୋକେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି।

ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?

Share:
ମୁଖ ପୃଷ୍ଠାକୁ ଫେରନ୍ତୁ