ସର୍ବକାଳୀନ ଶ୍ରେଷ୍ଠ ବକ୍ସ ଅଫିସ୍ ତାରକା ତାଲିକା: ପ୍ରଥମ ସ୍ଥାନରେ ଶାହରୁଖ୍ ଖାନ୍, ପଛକୁ ପଛ ସଲମାନ ଓ ଆମିର

ବକ୍ସ ଅଫିସ୍ ତଥ୍ୟ ଅନୁଯାୟୀ ବଲିଉଡ୍ର ‘ସର୍ବକାଳୀନ ଶ୍ରେଷ୍ଠ ଅଭିନେତା’ ତାଲିକା ପ୍ରକାଶ ପାଇଛି। ଏଥିରେ ୧୭,୭୦୫ ଷ୍ଟାର୍ ପାୱାର୍ ପଏଣ୍ଟ ସହ ଶାହରୁଖ୍ ଖାନ୍ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ସଲମାନ ଖାନ୍ (୧୬,୦୪୫) ଏବଂ ଆମିର ଖାନ୍ (୧୫,୪୮୦) ରହିଛନ୍ତି।
ବଲିଉଡ୍ ବକ୍ସ ଅଫିସ୍ ତଥ୍ୟ ଅନୁସାରେ ସର୍ବକାଳୀନ ଶ୍ରେଷ୍ଠ ଅଭିନେତାଙ୍କ ତାଲିକା ସାମ୍ନାକୁ ଆସିଛି। ଏହି ତାଲିକାରେ ଅଭିନେତାମାନଙ୍କ ବର୍ଷ ବର୍ଷ ଧରି ଥିବା ସଫଳତା ଓ ଷ୍ଟାର୍ ପାୱାର୍କୁ ଆଧାର କରି ର଼୍ୟାଙ୍କିଙ୍ଗ୍ ଦିଆଯାଇଛି।
ଶାହରୁଖ୍ ଖାନ୍ (୧ମ ସ୍ଥାନ): ୨୦ ବର୍ଷର ସକ୍ରିୟ ଯାତ୍ରା ଏବଂ ୧୭,୭୦୫ ଷ୍ଟାର୍ ପାୱାର୍ ସହିତ କିଙ୍ଗ୍ ଖାନ୍ ଶୀର୍ଷରେ ଅଛନ୍ତି। ତାଙ୍କର ପ୍ରମୁଖ ହିଟ୍ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ‘ଦିଲୱାଲେ ଦୁଲହନିଆ ଲେ ଯାଏଙ୍ଗେ’, ‘କୁଛ୍ କୁଛ୍ ହୋତା ହୈ’, ‘ଦିଲ୍ ତୋ ପାଗଲ୍ ହୈ’ ଏବଂ ‘ଚେନ୍ନାଇ ଏକ୍ସପ୍ରେସ୍’ ଅନ୍ୟତମ।
ସଲମାନ ଖାନ୍ (୨ୟ ସ୍ଥାନ): ୧୬,୦୪୫ ଷ୍ଟାର୍ ପାୱାର୍ ସହିତ ସଲମାନ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ‘ହମ୍ ଆପକେ ହେଁ କୌନ୍’, ‘ବଜରଙ୍ଗୀ ଭାଇଜାନ୍’, ‘ସୁଲତାନ’ ଓ ‘ଟାଇଗର ଜିନ୍ଦା ହୈ’ ଭଳି ବ୍ଲକବଷ୍ଟର ଚଳଚ୍ଚିତ୍ର ତାଙ୍କ ନାମରେ ରହିଛି।
ଆମିର ଖାନ୍ (୩ୟ ସ୍ଥାନ): ୧୫,୪୮୦ ଷ୍ଟାର୍ ପାୱାର୍ ସହିତ ମିଷ୍ଟର ପରଫେକ୍ସନିଷ୍ଟ ତୃତୀୟ ସ୍ଥାନରେ ଅଛନ୍ତି। ‘ଦଙ୍ଗଲ’, ‘ପିକେ’, ‘୩ ଇଡିଅଟ୍ସ’ ଏବଂ ‘ଧୁମ୍ ୩’ ତାଙ୍କର ସବୁଠାରୁ ବଡ଼ ସଫଳ ଚଳଚ୍ଚିତ୍ର।
ଅକ୍ଷୟ କୁମାର (୪ର୍ଥ ସ୍ଥାନ): ୧୪,୭୩୦ ଷ୍ଟାର୍ ପାୱାର୍ ସହ ଚତୁର୍ଥ ସ୍ଥାନରେ ‘ଖିଲାଡ଼ି’ ଅକ୍ଷୟ କୁମାର ରହିଛନ୍ତି। ‘ମୋହରା’, ‘ରାଓଡି ରାଠୋର’ ଓ ‘ହାଉସଫୁଲ୍ ୪’ ତାଙ୍କର ବଡ଼ ହିଟ୍।
ଅଜୟ ଦେବଗନ (୫ମ ସ୍ଥାନ): ୧୩,୭୬୦ ଷ୍ଟାର୍ ପାୱାର୍ ସହ ପଞ୍ଚମ ସ୍ଥାନରେ ‘ତାନାଜୀ’, ‘ଗୋଲମାଲ’ ଓ ‘ସିଙ୍ଘମ ରିଟର୍ଣ୍ଣସ୍’ ଫେମ୍ ଅଜୟ ଦେବଗନ ସ୍ଥାନ ପାଇଛନ୍ତି।
ହ୍ରିତିକ ରୋଶନ (୬ଷ୍ଠ ସ୍ଥାନ): ୧୬ ବର୍ଷର କ୍ୟାରିୟରରେ ୧୨,୬୮୦ ଷ୍ଟାର୍ ପାୱାର୍ ସହ ହ୍ରିତିକ ଷଷ୍ଠ ସ୍ଥାନରେ ରହିଛନ୍ତି। ‘ୱାର୍’, ‘କ୍ରିଶ୍ ୩’ ଓ ‘ଧୁମ୍ ୨’ ତାଙ୍କର ପ୍ରମୁଖ ହିଟ୍।
ରଣବୀର କପୁର (୭ମ ସ୍ଥାନ): ୭ ବର୍ଷର ହିସାବରେ ୫,୨୬୦ ଷ୍ଟାର୍ ପାୱାର୍ ସହ ରଣବୀର କପୁର ସପ୍ତମ ସ୍ଥାନରେ ରହିଛନ୍ତି। ‘ୟେ ଜୱାନୀ ହୈ ଦିୱାନୀ’ ଏବଂ ‘ବର୍ଫି’ ତାଙ୍କର ଉଲ୍ଲେଖନୀୟ ସଫଳ ଫିଲ୍ମ।
ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?
