Odisha Public Khabar
Odisha Public Khabar
ରାଜ୍ୟ

୨୧ ମାସର ଶିଶୁ ଶ୍ରୀୟାଂଶଙ୍କ ଜାତୀୟ ରେକର୍ଡ: ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍’ରେ ପାଇଲେ ସ୍ଥାନ

O-Khabar Admin
Odisha
Share:
୨୧ ମାସର ଶିଶୁ ଶ୍ରୀୟାଂଶଙ୍କ ଜାତୀୟ ରେକର୍ଡ: ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍’ରେ ପାଇଲେ ସ୍ଥାନ

ମାତ୍ର ୨୧ ମାସ ବୟସରେ ଅସାଧାରଣ ସ୍ମରଣଶକ୍ତି ବଳରେ ବିଭିନ୍ନ ବସ୍ତୁ, ଜୀବଜନ୍ତୁ ଓ କ୍ରିୟାକଳାପ ଚିହ୍ନି ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍’ରେ ସ୍ଥାନ ପାଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ରାୟଗଡ଼ାର ଶ୍ରୀୟାଂଶ ସାହୁ।

ରାୟଗଡ଼ା,୧୮/୮(ଓ-ଖବର)- ନିଜର ଅସାଧାରଣ ସ୍ମରଣଶକ୍ତି ଓ ବିରଳ ପ୍ରତିଭା ବଳରେ ଜାତୀୟ ସ୍ତରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ରାୟଗଡ଼ାର କୁନିପୁଅ ଶ୍ରୀୟାଂଶ ସାହୁ। ମାତ୍ର ୨୧ ମାସର ଶିଶୁ ଭାବେ ସେ ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍’ରେ ନିଜ ନାମ ସାମିଲ କରିବା ସହ ‘ଆଇବିଆର୍ ଆଚିଭର’ ଭାବେ ସମ୍ମାନିତ ହୋଇଛନ୍ତି।

ରାୟଗଡ଼ା ନିବାସୀ ବିପିନ ସାହୁ ଏବଂ ସୁନିତା ପ୍ରଧାନଙ୍କ ସୁପୁତ୍ର ଶ୍ରୀୟାଂଶ ଏହି କଅଁଳ ବୟସରେ ୫ଟି ଗାଡ଼ି, ୧୫ଟି ଦୈନନ୍ଦିନ ବସ୍ତୁ, ୧୮ଟି ଫଳ ଓ ପନିପରିବା, ୧୭ଟି ଶରୀରର ଅଙ୍ଗପ୍ରତ୍ୟଙ୍ଗ, ୧୫ଟି ପଶୁପକ୍ଷୀ ତଥା ପରିବାରର ୧୨ ଜଣ ସଦସ୍ୟଙ୍କୁ ସଠିକ୍ ଭାବେ ଚିହ୍ନି ସେମାନଙ୍କ ନାମ ପ୍ରକାଶ କରୁଛନ୍ତି। କେବଳ ସେତିକି ନୁହେଁ, ସେ ୧୪ଟି ବିଭିନ୍ନ କ୍ରିୟାକଳାପକୁ ପ୍ରଦର୍ଶନ କରିବା ସହ ୪ଟି ଇଂରାଜୀ ଶବ୍ଦ ମଧ୍ୟ ସ୍ପଷ୍ଟ ଭାବେ ଉଚ୍ଚାରଣ କରି ସମସ୍ତଙ୍କୁ ଚକିତ କରିଛନ୍ତି। ଶ୍ରୀୟାଂଶଙ୍କ ଏହି ଅଦ୍ଭୁତ ସଫଳତା ପାଇଁ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?

Share:
ମୁଖ ପୃଷ୍ଠାକୁ ଫେରନ୍ତୁ