Odisha Public Khabar
Odisha Public Khabar
ରାଜ୍ୟ

ଆଦିତ୍ୟ ଆଲୁମିନା ଆରପିଡିଏସି ବୈଠକ: ସିଏସଆର ପାଣ୍ଠି ୫୦ କୋଟିକୁ ବୃଦ୍ଧି, ବିସ୍ଥାପିତଙ୍କ ସମସ୍ୟା ସମାଧାନ ପାଇଁ ଗଠନ ହେଲା ସବ୍-କମିଟି

O-Khabar Admin
Odisha
Share:
ଆଦିତ୍ୟ ଆଲୁମିନା ଆରପିଡିଏସି ବୈଠକ: ସିଏସଆର ପାଣ୍ଠି ୫୦ କୋଟିକୁ ବୃଦ୍ଧି, ବିସ୍ଥାପିତଙ୍କ ସମସ୍ୟା ସମାଧାନ ପାଇଁ ଗଠନ ହେଲା ସବ୍-କମିଟି

ରାୟଗଡ଼ା ଜିଲ୍ଲାର କଂସାରୀଗୁଡ଼ା ସ୍ଥିତ ଆଦିତ୍ୟ ଆଲୁମିନା ପ୍ରକଳ୍ପର ୫ମ ଥଇଥାନ ଓ ପୁନର୍ବାସ ଉପଦେଷ୍ଟା କମିଟି (RPDAC) ବୈଠକ ଦକ୍ଷିଣାଞ୍ଚଳ ଆରଡିସି ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ କମ୍ପାନୀର ବାର୍ଷିକ ସିଏସଆର (CSR) ପାଣ୍ଠିକୁ ୩୨ କୋଟିରୁ ୫୦ କୋଟି ଟଙ୍କାକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବିସ୍ଥାପିତଙ୍କ ଅଭିଯୋଗ ଶୁଣାଣି ଏବଂ ସର୍ଭେ ତାଲିକାରୁ ବାଦ୍ ପଡ଼ିଥିବା ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଏକ ସ୍ୱତନ୍ତ୍ର ସବ୍-କମିଟି ଗଠନ କରାଯାଇଛି, ଯାହା ଦୁଇ ମାସ ମଧ୍ୟରେ ରିପୋର୍ଟ ଦେବ। ଏହାବ୍ୟତୀତ ବିରିଗୁଡ଼ା କଲୋନୀର ୨୦୯ଟି ବିସ୍ଥାପିତ ପରିବାରଙ୍କୁ ଜମି, ଘର କିମ୍ବା ଚାକିରି ଦେବା ପ୍ରସଙ୍ଗରେ ସ୍ଥାନୀୟ ଲୋକଙ୍କ ମତାମତ ନିଆଯାଇ ଆସନ୍ତା ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ଉକ୍ତ ବୈଠକରେ ସ୍ଥାନୀୟ ସାଂସଦ, ବିଧାୟକ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ରାୟଗଡ଼ା,୧୮/୮(ଓ-ଖବର)- କଂସାରୀଗୁଡ଼ା ସ୍ଥିତ ଆଦିତ୍ୟ ଆଲୁମିନା ରିଫାଇନାରୀ ପ୍ରକଳ୍ପର ୫ମ ଥଇଥାନ ଓ ପୁନର୍ବାସ ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଆରଡିସି ସଂଗ୍ରାମ କେଶରୀ ମହାପାତ୍ର କକହିଛନ୍ତି ଯେ, କମ୍ପାନୀର ବାର୍ଷିକ ସିଏସଆର ପାଣ୍ଠି ୩୨ କୋଟିରୁ ୫୦ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ଏବଂ କମ୍ପାନୀ ଏଥିରେ ସହମତି ପ୍ରକାଶ କରିଛି। ଏହି ପାଣ୍ଠି ଖର୍ଚ୍ଚର ସବିଶେଷ ବିବରଣୀ ପ୍ରତି ମାସରେ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ବିସ୍ଥାପିତ ଲୋକଙ୍କ ବ୍ୟକ୍ତିଗତ ଅଭିଯୋଗ ଓ ସର୍ଭେ ତାଲିକାରେ ନାମ ଛାଡ଼ ପଡ଼ିଥିବା ଭଳି ସମସ୍ୟାର ତ୍ୱରିତ ସମାଧାନ ପାଇଁ ଏକ ସବ୍-କମିଟି ଗଠନ କରାଯାଇଛି, ଯେଉଁଥିରେ ଦୁଇ ଜିଲ୍ଲାର ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଭୂ-ଅର୍ଜନ ଅଧିକାରୀ ରହିବେ। ଏହି କମିଟି ଆଗାମୀ ଦୁଇ ମାସ ମଧ୍ୟରେ ବୈଠକ କରି ସମସ୍ତ ଅଭିଯୋଗର ଫଇସଲା କରିବ।

ବିଶେଷ କରି ବିରିଗୁଡ଼ା କଲୋନୀର ବିସ୍ଥାପିତ ପରିବାରଙ୍କ ପାଇଁ ଦୁଇଟି ବିକଳ୍ପ ଉପରେ ଆଲୋଚନା ହୋଇଛି। ପ୍ରକଳ୍ପ ଅଞ୍ଚଳର ପରିବାର ସଂଖ୍ୟା ବୃଦ୍ଧି ପାଇ ୨୦୯ରେ ପହଞ୍ଚିଥିବାରୁ ଜମି ଓ ଘର ଯୋଗାଇବା କିମ୍ବା ଚାକିରି ପ୍ରଦାନ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ମତାମତ ନେଇ ପରବର୍ତ୍ତୀ ଆରପିଡିଏସି ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏହି ବୈଠକରେ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା, ରାୟଗଡ଼ା ବିଧାୟକ ଆପଲସ୍ୱାମୀ କାଡ୍ରାକା, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା, ରାୟଗଡ଼ା ଓ କୋରାପୁଟ ଜିଲ୍ଲାପରିଷଦ ସଭାପତି, ଉଭୟ ଜିଲ୍ଲାର ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳ, ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି ଏବଂ ଆଦିତ୍ୟ ଆଲୁମିନା କମ୍ପାନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?

Share:
ମୁଖ ପୃଷ୍ଠାକୁ ଫେରନ୍ତୁ