Odisha Public Khabar
Odisha Public Khabar
ରାଜ୍ୟ

ସାଇବର ଠକେଇ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ: ମ୍ୟୁଲ୍ ଆକାଉଣ୍ଟ୍ ଯୋଗାଇଥିବା ଅଭିଯୁକ୍ତଙ୍କୁ ୨ ବର୍ଷର ଜେଲ୍ ଓ ୨୦ ହଜାର ଜରିମାନା

O-Khabar Admin
Odisha
Share:
ସାଇବର ଠକେଇ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ: ମ୍ୟୁଲ୍ ଆକାଉଣ୍ଟ୍ ଯୋଗାଇଥିବା ଅଭିଯୁକ୍ତଙ୍କୁ ୨ ବର୍ଷର ଜେଲ୍ ଓ ୨୦ ହଜାର ଜରିମାନା

ଓଡ଼ିଶା ପୋଲିସର 'ଅପରେସନ୍ ସାଇବର କବଚ'କୁ ମିଳିଛି ବଡ଼ ସଫଳତା। ସମ୍ବଲପୁରରେ ସାଇବର ଅପରାଧୀଙ୍କୁ ନିଜ ବ୍ୟାଙ୍କ୍ ଆକାଉଣ୍ଟ୍ (ମ୍ୟୁଲ ଆକାଉଣ୍ଟ୍) ଯୋଗାଇଥିବା ଅଭିଯୁକ୍ତ ଗୌରୀ ଶଙ୍କର ଦାଶଙ୍କୁ ମାନ୍ୟବର ଜେଏମଏଫସି ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ନୂତନ ଭାରତୀୟ ନ୍ୟାୟ ସଂହିତା ଆଧାରରେ ତାଙ୍କୁ ୨ ବର୍ଷର ସଶ୍ରମ କାରାଦଣ୍ଡ ଓ ମୋଟ ୨୦,୦୦୦ ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି।

କଟକ,୧୧/୮(ଓ-ଖବର)- ଓଡ଼ିଶା ପୋଲିସର ‘ଅପରେସନ ସାଇବର କବଚ’ ଅଭିଯାନକୁ ମିଳିଛି ବଡ଼ ସଫଳତା। ସାଇବର ଠକେଇରେ ସହଯୋଗ କରିଥିବା ଅଭିଯୋଗରେ ସମ୍ବଲପୁରର ୩୨ ବର୍ଷୀୟ ଗୌରୀ ଶଙ୍କର ଦାଶ ଆଜି ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ଦଣ୍ଡାଦେଶ: ବିଏନଏସ ଦଫା ୩୧୭(୨) ଓ ୧୧୨(୨) ଅନୁଯାୟୀ ପ୍ରତ୍ୟେକ ଦଫାରେ ୨ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଏବଂ ୧୦ ହଜାର ଟଙ୍କା ଲେଖାଏଁ (ମୋଟ ୨୦ ହଜାର) ଜରିମାନା ଲଗାଇଛନ୍ତି। ଉଭୟ ଦଣ୍ଡ ଏକକାଳୀନ ଚାଲିବ। ଜରିମାନା ନଦେଲେ ଅତିରିକ୍ତ ୪ ମାସ ଜେଲ୍ ଭୋଗିବାକୁ ପଡ଼ିବ।

କେମିତି ଧରାପଡ଼ିଲେ?: ଜାତୀୟ ସାଇବର କ୍ରାଇମ୍ ପୋର୍ଟାଲ୍ (NCRP) ମାଧ୍ୟମରେ ଅଭିଯୁକ୍ତଙ୍କ କୋଟାକ ମହିନ୍ଦ୍ରା ବ୍ୟାଙ୍କ ଆକାଉଣ୍ଟ ଟ୍ରାକ୍ ହୋଇଥିଲା। ଏଥିରେ ବିଭିନ୍ନ ପର୍ଯ୍ୟାୟରେ ମୋଟ ୩୩,୫୫୦ ଟଙ୍କା ଠକେଇ ଟଙ୍କା ଜମା ହୋଇଥିଲା, ଯାହାର ସେ କୌଣସି ସଠିକ୍ ଉତ୍ତର ଦେଇପାରିନଥିଲେ।

ତ୍ୱରିତ ନ୍ୟାୟ: ଗତ ମାର୍ଚ୍ଚ ୨ ତାରିଖରେ ସମ୍ବଲପୁର ଟାଉନ ଥାନାରେ ମାମଲା ରୁଜୁ ହୋଇ ଗିରଫଦାରୀ ହୋଇଥିଲା। ପୋଲିସ ମାତ୍ର ଦୁଇ ମାସରେ ଚାର୍ଜସିଟ୍ ଦାଖଲ କରି ବ୍ୟାଙ୍କ ରେକର୍ଡ ଓ ୫ ଜଣ ସାକ୍ଷୀଙ୍କ ବୟାନ ବଳରେ ଅଭିଯୁକ୍ତଙ୍କୁ ଦୋଷୀ ପ୍ରମାଣିତ କରିବାରେ ସଫଳ ହୋଇଛି।

ସମ୍ବଲପୁର ପୋଲିସର ଏହି ତ୍ୱରିତ ବୈଜ୍ଞାନିକ ତଦନ୍ତକୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ପ୍ରଶଂସା କରିଛନ୍ତି। ସାଇବର ଅପରାଧୀ ଓ ସେମାନଙ୍କୁ ‘ମ୍ୟୁଲ୍ ଆକାଉଣ୍ଟ’ ଯୋଗାଉଥିବା ଦଲାଲଙ୍କ ପ୍ରତି ଓଡ଼ିଶା ପୋଲିସର ‘ଜିରୋ ଟୋଲେରାନ୍ସ’ ନୀତି ଆଗକୁ ମଧ୍ୟ ଜାରି ରହିବ ବୋଲି ସେ ଚେତାବନୀ ଦେଇଛନ୍ତି।

ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?

Share:
ମୁଖ ପୃଷ୍ଠାକୁ ଫେରନ୍ତୁ