Odisha Public Khabar
Odisha Public Khabar
ରାଜ୍ୟ

ପ୍ରଧାନମନ୍ତ୍ରୀ ଆବାସ ବୋନସ୍ ଓ ମନରେଗା ଟଙ୍କା କରାଇଦେବାକୁ ଲାଞ୍ଚ: ୪ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ନୟାଗଡ଼ ରାଜଯାଙ୍କିଆ ପଞ୍ଚାୟତର ଏଡିଇଓ

O-Khabar Admin
Odisha
Share:
ପ୍ରଧାନମନ୍ତ୍ରୀ ଆବାସ ବୋନସ୍ ଓ ମନରେଗା ଟଙ୍କା କରାଇଦେବାକୁ ଲାଞ୍ଚ: ୪ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ନୟାଗଡ଼ ରାଜଯାଙ୍କିଆ ପଞ୍ଚାୟତର ଏଡିଇଓ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ସମୟାନୁସାରେ ଘର ନିର୍ମାଣ ଶେଷ କରିଥିବା ଜଣେ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି (ବୋନସ୍) ଏବଂ ମନରେଗା ପ୍ରାପ୍ୟ କରାଇଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ରାଜଯାଙ୍କିଆ ଗ୍ରାମ ପଞ୍ଚାୟତର ଆକାଉଣ୍ଟାଣ୍ଟ-କମ୍-ଡାଟା ଏଣ୍ଟ୍ରି ଅପରେଟର (ADEO) ପ୍ରଶାନ୍ତ କୁମାର ଭଟ୍ଟଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ସେ ହିତାଧିକାରୀଙ୍କଠାରୁ ୪,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ରଙ୍ଗାହାତରେ ଧରାପଡ଼ିଛନ୍ତି। ପୂର୍ବରୁ ସେ ଏହି ବାବଦରେ ୭,୦୦୦ ଟଙ୍କା ନେଇସାରିଥିବା ତଦନ୍ତରୁ ଜଣାପଡ଼ିଛି।

ନୟାଗଡ଼,୭/୮(ଓ-ଖବର)- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅଧୀନ ରାଜଯାଙ୍କିଆ ଗ୍ରାମ ପଞ୍ଚାୟତର ଆକାଉଣ୍ଟାଣ୍ଟ-କମ୍-ଡାଟା ଏଣ୍ଟ୍ରି ଅପରେଟର (ADEO) ପ୍ରଶାନ୍ତ କୁମାର ଭଟ୍ଟ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ରଙ୍ଗାହାତରେ ଧରାପଡ଼ିଛନ୍ତି। ଜଣେ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ନିଜ ଗୃହ ନିର୍ମାଣ କାର୍ଯ୍ୟ ସମୟାନୁସାରେ ଶେଷ କରିଥିବାରୁ ମିଳିବାକୁ ଥିବା ସରକାରୀ ପ୍ରୋତ୍ସାହନ ବୋନସ୍ ଏବଂ ମନରେଗା ପ୍ରାପ୍ୟ ରିଲିଜ୍ କରାଇଦେବା ବାବଦରେ ଅଭିଯୁକ୍ତ ଏହି ଲାଞ୍ଚ ମାଗିଥିଲେ। ପୂର୍ବରୁ ସେ ଏହି କାମ ପାଇଁ ହିତାଧିକାରୀଙ୍କଠାରୁ ୭ ହଜାର ଟଙ୍କା ନେଇସାରିଥିବା ବେଳେ ଆଜି ପୁଣି ୪ ହଜାର ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରି ସମସ୍ତ ଟଙ୍କା ଜବତ କରିଛି। ଏହି ଘଟଣାରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା (କେସ୍ ନମ୍ବର-୧୮/୨୦୨୬) ରୁଜୁ କରାଯାଇ ଅଭିଯୁକ୍ତଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠାବ ପାଇଁ ୨ଟି ସ୍ଥାନରେ ଚଢ଼ାଉ ଓ ଅଧିକ ତଦନ୍ତ ଜାରି ରହିଛି।

ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?

Share:
ମୁଖ ପୃଷ୍ଠାକୁ ଫେରନ୍ତୁ