Odisha Public Khabar
Odisha Public Khabar
rayagada

ରାୟଗଡ଼ାର ପୁରାତନ ମହିଳା ଅନୁଷ୍ଠାନ ‘ସଂସ୍କୃତି’ର ନୂତନ କାର୍ଯ୍ୟକାରିଣୀ ଗଠିତ: ସଭାନେତ୍ରୀ ହେଲେ ସରସ୍ୱତୀ ସାହୁ

O-Khabar Admin
rayagada
Share:
ରାୟଗଡ଼ାର ପୁରାତନ ମହିଳା ଅନୁଷ୍ଠାନ ‘ସଂସ୍କୃତି’ର ନୂତନ କାର୍ଯ୍ୟକାରିଣୀ ଗଠିତ: ସଭାନେତ୍ରୀ ହେଲେ ସରସ୍ୱତୀ ସାହୁ

ରାୟଗଡ଼ାର ଅଗ୍ରଣୀ ମହିଳା ଅନୁଷ୍ଠାନ ‘ସଂସ୍କୃତି’ର ନୂତନ କାର୍ଯ୍ୟକାରିଣୀ କମିଟି ଗଠିତ ହୋଇଛି, ଯେଉଁଥିରେ ସରସ୍ୱତୀ ସାହୁ ସଭାନେତ୍ରୀ ଓ ସନ୍ତୋଷୀ ସେନାପତି ସମ୍ପାଦିକା ଭାବେ ମନୋନୀତ ହୋଇଛନ୍ତି। ବୈଠକରେ ଅନୁଷ୍ଠାନର ସମାଜମଙ୍ଗଳ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଓ ଓଡ଼ିଆ କଳା-ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଆହୁରି ସକ୍ରିୟ ହେବା ପାଇଁ ସମସ୍ତ ସଦସ୍ୟା ସଂକଳ୍ପ ନେଇଛନ୍ତି।

ରାୟଗଡା,୬/୮(ଓ-ଖବର)-ରାୟଗଡ଼ା ସହରର ବହୁ ପୁରାତନ ମହିଳା ଅନୁଷ୍ଠାନ ‘ସଂସ୍କୃତି’ର ନୂତନ କାର୍ଯ୍ୟକାରିଣୀ କମିଟି ଗଠନ କରାଯାଇଛି। ସର୍ବସମ୍ମତି କ୍ରମେ ସରସ୍ୱତୀ ସାହୁଙ୍କୁ ଅନୁଷ୍ଠାନର ସଭାନେତ୍ରୀ ଭାବେ ମନୋନୀତ କରାଯାଇଛି। ଏହାପୂର୍ବରୁ ସେ ଅନୁଷ୍ଠାନର ସମ୍ପାଦିକା ଭାବେ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଥିଲେ।

ଉପସଭାନେତ୍ରୀ ଅମୂଲ୍ୟ କୁମାରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ଏହି ନୂତନ କାର୍ଯ୍ୟକାରିଣୀ ଗଠନ କରାଯାଇଛି। ଏଥିରେ ଅମୂଲ୍ୟ କୁମାରୀ ମିଶ୍ରଙ୍କୁ ଉପସଭାନେତ୍ରୀ, ସନ୍ତୋଷୀ ସେନାପତିଙ୍କୁ ସମ୍ପାଦିକା, ସୁଜାତା ଖାଡ଼ଙ୍ଗାଙ୍କୁ ସହ-ସମ୍ପାଦିକା ଏବଂ ଲକ୍ଷ୍ମୀ ଦେଓଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଛି। ସେହିପରି ଅନୁଷ୍ଠାନର ପୂର୍ବତନ ସଭାନେତ୍ରୀ ସୁଜାତା ପାଳ, ପୂର୍ବତନ କୋଷାଧ୍ୟକ୍ଷ ଶ୍ରମିତା ପାଢ଼ୀ ଏବଂ ପଦ୍ମାଳୟା ମିଶ୍ରଙ୍କୁ ବୋର୍ଡ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି।

ବୈଠକରେ ଆଗାମୀ ଦିନରେ ‘ସଂସ୍କୃତି’ ଅନୁଷ୍ଠାନକୁ ଆହୁରି ସଶକ୍ତ ଓ ସୁସଂଗଠିତ କରିବା ସହ ସମାଜମଙ୍ଗଳମୂଳକ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଉପରେ ଆଲୋଚନା ହୋଇଥିଲା। ଅନୁଷ୍ଠାନକୁ ଏକ ଶୃଙ୍ଖଳିତ ଓ ଆଦର୍ଶ ସାମାଜିକ ସଂଗଠନ ଭାବେ ଗଢ଼ି ତୋଳିବା ପାଇଁ ସମସ୍ତ ସଦସ୍ୟା ସଂକଳ୍ପବଦ୍ଧ ଥିବା ମତ ପ୍ରକାଶ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଗତ ଦୁଇ ଦଶନ୍ଧି ଧରି ଉପାନ୍ତ ଅଞ୍ଚଳରେ ଓଡ଼ିଆ କଳା, ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ ତଥା ପ୍ରସାର କ୍ଷେତ୍ରରେ ‘ସଂସ୍କୃତି’ ଅନୁଷ୍ଠାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି।

ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?

Share:
ମୁଖ ପୃଷ୍ଠାକୁ ଫେରନ୍ତୁ