ଡାଏଟ୍ (DIET) ରାୟଗଡ଼ର ୧୬ତମ ବାର୍ଷିକ ଉତ୍ସବ: 'ଉତ୍ସର୍ଗୀକୃତ ଶିକ୍ଷକ ସମ୍ମାନ'ରେ ସମ୍ମାନିତ ହେଲେ ଶିକ୍ଷକ ଦମ୍ପତି

ରାୟଗଡ଼ ବ୍ଲକ୍ର ସରକାରୀ ପ୍ରାଥମିକ ବିଦ୍ୟାଳୟ, ଗୌଡ଼ଖିଲିମୁର ସହକାରୀ ଶିକ୍ଷକ ରବିନାରାୟଣ ରଥ ଏବଂ ଟିକରପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ହୋତାଙ୍କୁ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (DIET), ବିଷମକଟକର ୧୬ତମ ବାର୍ଷିକ ଉତ୍ସବରେ 'ଉତ୍ସର୍ଗୀକୃତ ଶିକ୍ଷକ ସମ୍ମାନ'ରେ ସମ୍ମାନିତ କରାଯାଇଛି। ନିଜ ନିଜ ବିଦ୍ୟାଳୟର ଶୈକ୍ଷିକ ବିକାଶରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ଶିକ୍ଷକ ଦମ୍ପତିଙ୍କୁ ଏହି ଗୌରବ ମିଳିଛି।
ରାୟଗଡ଼ା,୬/୮(ଓ-ଖବର)- ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (DIET) ରାୟଗଡ଼ର ୧୬ତମ ବାର୍ଷିକ ଉତ୍ସବ ଗୁରୁବାର ଦିନ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଜଗନ୍ନାଥ ମେହେରଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକ୍ର କୃତୀ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି କ୍ରମରେ ରାୟଗଡ଼ା ବ୍ଲକ୍ ତାଡମା କ୍ଲଷ୍ଟର ଅନ୍ତର୍ଗତ ଗୌଡ଼ଖିଲିମୁ ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ରବିନାରାୟଣ ରଥ ଏବଂ ହାଲୁଆ କ୍ଲଷ୍ଟର ଅନ୍ତର୍ଗତ ଟିକରପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରଶ୍ମିତା ହୋତାଙ୍କୁ 'ଉତ୍ସର୍ଗୀକୃତ ଶିକ୍ଷକ/ଶିକ୍ଷୟିତ୍ରୀ' ଭାବେ ଅନୁଷ୍ଠାନର ଅଧ୍ୟକ୍ଷ ମହୋଦୟ ସମ୍ମାନିତ କରିଛନ୍ତି। ନିଜ ନିଜ ବିଦ୍ୟାଳୟର ଶୈକ୍ଷିକ ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ଏହି ଶିକ୍ଷକ ଦମ୍ପତିଙ୍କ ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ।
ଏହି ସାଫଲ୍ୟ ପାଇଁ ଉଭୟ ଦମ୍ପତି ନିଜ ବିଦ୍ୟାଳୟର ସହକର୍ମୀ, ଛାତ୍ରଛାତ୍ରୀ, କ୍ଲଷ୍ଟରର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ସିଆରସିସି (CRCC)ଙ୍କୁ ଶ୍ରେୟ ଦେବା ସହ ଡାଏଟ୍ ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହିଭଳି ପ୍ରେରଣାଦାୟୀ କାର୍ଯ୍ୟକ୍ରମ ଶିକ୍ଷକ ସମାଜରେ ନୂତନ ଉତ୍ସାହ ଓ ଆଗ୍ରହ ସୃଷ୍ଟି କରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶିକ୍ଷକ ଦମ୍ପତିଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।
ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?
