Odisha Public Khabar
Odisha Public Khabar
ରାଜ୍ୟ

ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଦ୍ୱନ୍ଦ୍ୱ: ସମସ୍ୟାର ସମାଧାନ କରିବେ ସରକାର, କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

O-Khabar Admin
Odisha
Share:

ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଦ୍ୱନ୍ଦ୍ୱ: ଅନୁଧ୍ୟାନ କରିବେ ସରକାର, ସମାଧାନ ହେବ ସମସ୍ୟା — ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଓ ଲୋକସମ୍ପର୍କ ବିଭାଗ ସହ ଆଲୋଚନା ହୋଇଥିବା ସ୍ପଷ୍ଟ କଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବୀମା କାର୍ଯ୍ୟକାରିତାରେ ଥିବା ସମସ୍ତ ସମସ୍ୟାର ଆଶୁ ସମାଧାନ କରାଯିବ

ଭୁବନେଶ୍ୱର,୬/୮(ଓ-ଖବର)

ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ନେଇ ଦେଖାଦେଇଥିବା ଦ୍ୱନ୍ଦ୍ୱ ଓ ସମସ୍ୟା ଉପରେ ସରକାର ଗୁରୁତ୍ୱର ସହ ଅନୁଧ୍ୟାନ କରିବେ। ଏନେଇ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।

ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ବିଷୟକୁ ସରକାର ଅବଗତ ଅଛନ୍ତି ଏବଂ ଏହାର ବିଧିବଦ୍ଧ ଅନୁଧ୍ୟାନ କରାଯିବ। ଇତ୍ୟବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ସହିତ ସ୍ୱାସ୍ଥ୍ୟ ବିଭାଗର ଆଲୋଚନା ହୋଇସାରିଛି। ବୀମା ସୁବିଧା ପାଇବାରେ କିମ୍ବା ଏହାର କାର୍ଯ୍ୟକାରିତାରେ ଯଦି କିଛି ସମସ୍ୟା କିମ୍ବା ଦ୍ୱନ୍ଦ୍ୱ ରହିଛି, ତେବେ ତାହାକୁ ସରକାର ଯଥାଶୀଘ୍ର ସମାଧାନ କରିବେ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଆଶ୍ୱାସନା ଦେଇଛନ୍ତି।

ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?

Share:
ମୁଖ ପୃଷ୍ଠାକୁ ଫେରନ୍ତୁ