Odisha Public Khabar
Odisha Public Khabar
ରାଜ୍ୟ

ପାରଳାଖେମୁଣ୍ଡି ପଟ୍ଟନାୟକ ପୋଖରୀ ଦୁର୍ନୀତି: ୫୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗରେ ଯନ୍ତ୍ରୀ ଓ ଠିକାଦାରଙ୍କ ସହ ୩ ଗିରଫ

O-Khabar Admin
Odisha
Share:
ପାରଳାଖେମୁଣ୍ଡି ପଟ୍ଟନାୟକ ପୋଖରୀ ଦୁର୍ନୀତି: ୫୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗରେ ଯନ୍ତ୍ରୀ ଓ ଠିକାଦାରଙ୍କ ସହ ୩ ଗିରଫ

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌରପରିଷଦ ଅଧୀନ ପଟ୍ଟନାୟକ ପୋଖରୀ ଦୁର୍ନୀତି ମାମଲାରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୋଖରୀ ପୁନରୁଦ୍ଧାର କାର୍ଯ୍ୟରେ ପ୍ରାୟ ୫୫ ଲକ୍ଷ ୬୯ ହଜାର ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗରେ ଭିଜିଲାନ୍ସ ତିନିଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗୁଣୁପୁର ପୌରପରିଷଦର ସହକାରୀ ଯନ୍ତ୍ରୀ ତଥା ପାରଳାଖେମୁଣ୍ଡିର ପୂର୍ବତନ କନିଷ୍ଠ ଯନ୍ତ୍ରୀ (JE) ଡି. ଯୁଧିଷ୍ଠିର, ମ୍ୟୁନିସିପାଲ୍ ଇଞ୍ଜିନିୟର ସଞ୍ଜୀବ ଚମ୍ପତି ଏବଂ ଠିକାଦାର ସୁରେନ୍ଦ୍ର ପାଣିଗ୍ରାହୀ।

ରାୟଗଡା,୬/୮(ଓ-ଖବର) ଜିଲ୍ଲା ପାରଳାଖେମୁଣ୍ଡି ପୌରପରିଷଦ ଅଧୀନ ପଟ୍ଟନାୟକ ପୋଖରୀ ଦୁର୍ନୀତି ମାମଲାରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୋଖରୀ ପୁନରୁଦ୍ଧାର କାର୍ଯ୍ୟରେ ପ୍ରାୟ ୫୫ ଲକ୍ଷ ୬୯ ହଜାର ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗରେ ଭିଜିଲାନ୍ସ ତିନିଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗୁଣୁପୁର ପୌରପରିଷଦର ସହକାରୀ ଯନ୍ତ୍ରୀ ତଥା ପାରଳାଖେମୁଣ୍ଡିର ପୂର୍ବତନ କନିଷ୍ଠ ଯନ୍ତ୍ରୀ ଡି. ଯୁଧିଷ୍ଠିର, ମ୍ୟୁନିସିପାଲ୍ ଇଞ୍ଜିନିୟର ସଞ୍ଜୀବ ଚମ୍ପତି ଏବଂ ଠିକାଦାର ସୁରେନ୍ଦ୍ର ପାଣିଗ୍ରାହୀ।

ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି ଯେ, ମାପ ପୁସ୍ତିକାରେ ଜାଲିଆତି, ନିମ୍ନମାନର କାର୍ଯ୍ୟ ଏବଂ ସରକାରୀ ପାଣ୍ଠିର ଅପବ୍ୟବହାର କରି ପ୍ରାୟ ୫୫,୬୯,୦୦୦ ଟଙ୍କାର ହେରଫେର କରାଯାଇଛି। ଏହି ମାମଲାରେ ଗିରଫ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?

Share:
ମୁଖ ପୃଷ୍ଠାକୁ ଫେରନ୍ତୁ