Odisha Public Khabar
Odisha Public Khabar
ରାଜ୍ୟ

ବିଶ୍ୱ ଦରବାରରେ କୋରାପୁଟିଆ ଢେମସା ନୃତ୍ୟ; ଭୋଗାପୁରମ୍ ଏୟାରପୋର୍ଟ ଉଦ୍‌ଘାଟନୀରେ ୧୩,୦୦୦ କଳାକାରଙ୍କ ଗିନିଜ୍ ୱର୍ଲ୍ଡ ରେକର୍ଡ

O-Khabar Admin
Odisha
Share:
ବିଶ୍ୱ ଦରବାରରେ କୋରାପୁଟିଆ ଢେମସା ନୃତ୍ୟ; ଭୋଗାପୁରମ୍ ଏୟାରପୋର୍ଟ ଉଦ୍‌ଘାଟନୀରେ ୧୩,୦୦୦ କଳାକାରଙ୍କ ଗିନିଜ୍ ୱର୍ଲ୍ଡ ରେକର୍ଡ

ବିଶ୍ୱ ଦରବାରରେ ପ୍ରତିଧ୍ୱନିତ ହେଲା ଆଦିବାସୀ ସଂସ୍କୃତିର ଗୌରବଗାଥା। ଆନ୍ଧ୍ରପ୍ରଦେଶର ଭୋଗାପୁରମ୍‌ଠାରେ ଅଲ୍ଲୁରୀ ସୀତାରାମ ରାଜୁ ଆନ୍ତର୍ଜାତୀୟ ବିମାନବନ୍ଦର (ବିଶାଖାପାଟଣା ନୂଆ ଏୟାରପୋର୍ଟ) ଶୁଭ ଉଦ୍‌ଘାଟନ ଅବସରରେ ରଚିତ ହୋଇଛି ଏକ ବିରଳ ଇତିହାସ। ଏକାଥରକେ ୧୩,୦୦୦ କଳାକାରଙ୍କ ପାରମ୍ପରିକ 'ଢେମସା ନୃତ୍ୟ' ଗିନିଜ୍ ବୁକ୍ ଅଫ୍ ୱର୍ଲ୍ଡ ରେକର୍ଡରେ ନିଜର ସ୍ଥାନ ସୁରକ୍ଷିତ କରିଛି।

ବିଶାଖାପାଟଣା,୧/୮(ଓ-ଖବର)- ବିଶ୍ୱ ଦରବାରରେ ପ୍ରତିଧ୍ୱନିତ ହେଲା ଆଦିବାସୀ ସଂସ୍କୃତିର ଗୌରବଗାଥା। ଆନ୍ଧ୍ରପ୍ରଦେଶର ଭୋଗାପୁରମ୍‌ଠାରେ ଅଲ୍ଲୁରୀ ସୀତାରାମ ରାଜୁ ଆନ୍ତର୍ଜାତୀୟ ବିମାନବନ୍ଦର (ବିଶାଖାପାଟଣା ନୂଆ ଏୟାରପୋର୍ଟ) ଶୁଭ ଉଦ୍‌ଘାଟନ ଅବସରରେ ରଚିତ ହୋଇଛି ଏକ ବିରଳ ଇତିହାସ। ଏକାଥରକେ ୧୩,୦୦୦ କଳାକାରଙ୍କ ପାରମ୍ପରିକ 'ଢେମସା ନୃତ୍ୟ' ଗିନିଜ୍ ବୁକ୍ ଅଫ୍ ୱର୍ଲ୍ଡ ରେକର୍ଡରେ ନିଜର ସ୍ଥାନ ସୁରକ୍ଷିତ କରିଛି।

କୋରାପୁଟ ଜିଲ୍ଲାରୁ ଉତ୍ପତ୍ତି ଲାଭ କରିଥିବା ଏହି ପାରମ୍ପରିକ ଲୋକନୃତ୍ୟ 'ଢେମସା' ଆଜି କେବଳ ଏକ ନୃତ୍ୟ ନୁହେଁ, ବରଂ ଗୋଷ୍ଠୀଗତ ଏକତା ଓ ପାରମ୍ପରିକ ସଂସ୍କୃତିର ମହାପର୍ବରେ ପରିଣତ ହୋଇଛି। ବିମାନବନ୍ଦର ଉଦ୍‌ଘାଟନୀ ଉତ୍ସବ ପୂର୍ବରୁ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ପ୍ରାୟ ୧୩ ହଜାର ଆଦିବାସୀ ମହିଳା ଓ ଛାତ୍ରୀ ଏକାଠି ହୋଇ ସିଙ୍ଗଲ୍ କ୍ୟାମ୍ପସ୍‌ରେ ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେ ତାଳେ ନୃତ୍ୟ ପରିବେଷଣ କରିଥିଲେ। ୪୩୩ଟି ପୃଥକ୍ ଗ୍ରୁପ୍ କରାଯାଇ ମଣ୍ଡଳାକାର (Concentric Circles) ଶୈଳୀରେ କଳାକାରମାନେ ଏହି ବିଶାଳ ନୃତ୍ୟ ପ୍ରଦର୍ଶନ କରିଥିଲେ।

ଏହାକୁ ବିଶ୍ୱର "ସର୍ବବୃହତ୍ ଢେମସା ନୃତ୍ୟ" ପ୍ରଦର୍ଶନ ଭାବେ ଆନୁଷ୍ଠାନିକ କୃତୀତ୍ୱ ପ୍ରମାଣପତ୍ର ପ୍ରଦାନ କରିଛି ଗିନିଜ୍ ୱର୍ଲ୍ଡ ରେକର୍ଡସ। କୋରାପୁଟ ମାଟିର ଏହି ନିଆରା ଲୋକକଳା ବିଶ୍ୱସ୍ତରରେ ଏଭଳି ସ୍ୱୀକୃତି ପାଇବା ସମଗ୍ର ଓଡ଼ିଶା ତଥା ଆଦିବାସୀ ସମାଜ ପାଇଁ ଏକ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ।

ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?

Share:
ମୁଖ ପୃଷ୍ଠାକୁ ଫେରନ୍ତୁ