Odisha Public Khabar
Odisha Public Khabar
ରାଜ୍ୟ

ଗଜପତିରେ କାର୍ଯ୍ୟରତ ଏଏସଆଇ ମନୋଜ କୁମାର ପାଢ଼ୀଙ୍କ ପରଲୋକ: ପୋଲିସ ବିଭାଗରେ ଶୋକର ଛାୟା

O-Khabar Admin
Odisha
Share:
ଗଜପତିରେ କାର୍ଯ୍ୟରତ ଏଏସଆଇ ମନୋଜ କୁମାର ପାଢ଼ୀଙ୍କ ପରଲୋକ: ପୋଲିସ ବିଭାଗରେ ଶୋକର ଛାୟା

ରାଜ୍ୟ ପୋଲିସ ବିଭାଗ ଓ ଗଜପତି ଜିଲ୍ଲାରୁ ଏକ ଦୁଃଖଦ ଖବର ଆସିଛି। ଗଜପତି ଜିଲ୍ଲାରେ ପୋଲିସ ବିଭାଗର ଏଏସଆଇ (ASI) ଭାବେ କାର୍ଯ୍ୟରତ ମନୋଜ କୁମାର ପାଢ଼ୀଙ୍କ ଅମର ଆତ୍ମା ଆରପାରିରେ ସ୍ୱର୍ଗତ ହୋଇଛି। ତାଙ୍କର ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ସମଗ୍ର ଜିଲ୍ଲା ଓ ପୋଲିସ ମହଲରେ ଶୋକର ଛାୟା ଖେଳିଯାଇଛି।

ପାରଳାଖେମୁଣ୍ଡି,୧/୮(ଓ-ଖବର)- ରାଜ୍ୟ ପୋଲିସ ବିଭାଗ ଓ ଗଜପତି ଜିଲ୍ଲାରୁ ଏକ ଦୁଃଖଦ ଖବର ଆସିଛି। ଗଜପତି ଜିଲ୍ଲାରେ ପୋଲିସ ବିଭାଗର ଏଏସଆଇ (ASI) ଭାବେ କାର୍ଯ୍ୟରତ ମନୋଜ କୁମାର ପାଢ଼ୀଙ୍କ ଅମର ଆତ୍ମା ଆରପାରିରେ ସ୍ୱର୍ଗତ ହୋଇଛି। ତାଙ୍କର ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ସମଗ୍ର ଜିଲ୍ଲା ଓ ପୋଲିସ ମହଲରେ ଶୋକର ଛାୟା ଖେଳିଯାଇଛି।

ମନୋଜ କୁମାର ପାଢ଼ୀ ଜଣେ ଅତି ସରଳ, ମିଷ୍ଟଭାଷୀ ଓ ମେଳାପୀ ସ୍ୱଭାବର ମଣିଷ ଥିଲେ। ନିଜ କାର୍ଯ୍ୟ ପ୍ରତି ତାଙ୍କର ନିଷ୍ଠା ଓ ସହକର୍ମୀଙ୍କ ସହ ଉତ୍ତମ ସମ୍ପର୍କ ପାଇଁ ସେ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ। ତାଙ୍କର ଏହି ଅଚାନକ ପରଲୋକରେ ସହକର୍ମୀ ଓ ଶୁଭେଚ୍ଛୁମାନେ ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

ଏହି ଖବର ଆପଣଙ୍କୁ ସାହାଯ୍ୟ କଲା କି?

Share:
ମୁଖ ପୃଷ୍ଠାକୁ ଫେରନ୍ତୁ